ଭୁବନେଶ୍ୱର : ସାମନ୍ତରାପୁର ଗାଙ୍ଗୁଆ କୂଳ ନିକଟରେ ୫୦କୋଟିର ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଜବର ଦଖଲ ହେବା ପ୍ରଶାସନ ଅବହେଳାରୁ ଏପରି ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ଦୁଇ ନିଯୋଗ ନୀତି ବନ୍ଦ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗାଙ୍ଗୁଆ କୂଳ ନିକଟରେ ୫୦କୋଟିର ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଜବର ଦଖଲ ହେବା ଏନେଇ ମନ୍ଦିର ପ୍ରଶାସନ ଜାଣିବା ପରେ ଦେବୋତ୍ତର ବିଭାଗ ଅନୁମତି ଆଣି ସେଠାରେ ୧୪୪ଧାରା ଲାଗୁ ଡିସିପିଙ୍କ ପାଖରେ ଆବେଦନ କରିଥିଲା। ପରେ ୧୪୪ଧାରା ଲାଗୁ ହୋଇଥିଲା। କିଛି ଦିନ ପରେ ଏହା ଉଠିବା ପରେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜବରଦଖଲ କାରୀ ହତ୍ୟା ଧମକ ଦେବାରୁ କାର୍ଯ୍ୟନିର୍ବାହୀ ପ୍ରଦୀପ କୁମାର ସାହୁ ଧଉଳି ଥାନାରେ ଅଭିଯୋଗ କରିଥିଲେ । ଏପଟେ ଠାକୁରଙ୍କ ସମ୍ପତ୍ତି ଉପରେ ବିଲଡିଂ ନିର୍ମାଣ ବଢ଼ିବାରେ ଲାଗିଛି। ତେବେ ଏ ସମ୍ପର୍କରେ ଆଜି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପ୍ରଶାସନ ଅବହେଳାରୁ ଜବରଦଖଲ ବୃଦ୍ଧି ପାଉଛି ବୋଲି ଅଭିଯୋଗ କରି ଆଜି ମନ୍ଦିରରେ ନୀତି ବନ୍ଦ କରିଛନ୍ତି। ସେମାନେ କହିଛନ୍ତି ଦେତବୋତ୍ତର ବିଭାଗ ଓ ମନ୍ଦିର ପ୍ରଶାସନ କେବଳ ୧୪୪ଧାରା ଲାଗୁ କରି ଚୁପ୍ ବସିଛି । ଜବର ଦଖଲକାରୀଙ୍କ କବଳରୁ ରକ୍ଷା ପାଇଁ ସ୍ଥାୟୀ ପ୍ରତିକାର ହେବା ଉଚିତ୍ । ସେପଟେ ଠାକୁରଙ୍କ ନୀତି ବନ୍ଦ ଥିବାରୁ ଆଜି ଅଭଡ଼ା ବାହାରିବା ନେଇ ଆଶଙ୍କା ଦେଖା ଦେଇଛି।
What’s up to every , as I am actually eager of reading this weblog’s
post to be updated on a regular basis. It consists of fastidious data.
thank you. if possible try to make a payment like paper rate to increased our team and our efforts