
-
ପୋଲିସର ୪ଟି ଟିମ୍ ପକ୍ଷରୁ ଛାନଭିନ୍
ପୁରୀ,ପୁରୀ ଟାଉନ୍ ଥାନା ଅଂଚଳରେ ଜଣେ ୫ ବର୍ଷିୟା ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ପୋଲିସ କେସ୍ ନଂ ୧୮/୨୨ ରେ ଏକ ରୁଜ୍ଜୁ କରିବା ସହ ମାମଲାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଛି । ଏହି ଚାରୋଟି ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଅଭିଯୁକ୍ତକୁ ଗିରଫ ପାଇଁ ତନାଘନା ଚଳାଇଛି ।
ଅଭିଯୁକ୍ତ ଜଣକ ଜଣେ ବସ୍ ଚାଳକ ହୋଇଥିବା ବେଳେ ତାଙ୍କ ନାମ ମହେଶ ମହାନ୍ତି ବୋଲି ଜଣାପଡିଛି । ନାବାଳିକା ଜଣକ ଜଣେ ରାଜମିସ୍ତ୍ରୀଙ୍କ ଝିଅ । ଏହି ରାଜମିସ୍ତ୍ରୀଙ୍କ ଘରକୁ ମହେଶ ବିଭିନ୍ନ ସମୟରେ ଯା ଆସ କରୁଥିଲା ।