ଗଞ୍ଜାମ, ପଚାଂୟତ ନିର୍ବାଚନ କାର୍ଯ୍ୟକ୍ରମ ତଦାରଖ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପାଇଁ ଦୁଇ ଜଣ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିଯୁକ୍ତ କରାଯାଇଛି । ବ୍ରହ୍ମପୁର ଓ ଛତ୍ରପୁର ଉପଖଣ୍ଡ ପାଇଁ ମହେଶ୍ୱର ପାଣିଗ୍ରାହୀ ଏବଂ ଭଞ୍ଜନଗର ଉପଖଣ୍ଡ ପାଇଁ ସୁଦର୍ଶନ ପରିଡ଼ାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟୀତ୍ୱରେ ଅବସ୍ଥାପିତ କରାଯାଇଛି ।