
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଙ୍କଟପାଲମ ଗ୍ରାମପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ସମେତ ୧୨ ଜଣ ୱାର୍ଡମେମ୍ବର ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପଞ୍ଚାୟତର ସମୁଦାୟ ୪୬୪୩ ସଂଖ୍ୟକ ଭୋଟର ମଧ୍ୟରୁ ଅନୁସୂଚୀତ ଜାତି ୧୩୫୪ ଜଣ, ଅନୁସୂଚୀତ ଜନଜାତିର ୧୮୩୨ ଜଣ ଏବଂ ଅନ୍ୟାନ୍ୟ ବର୍ଗର ୧୪୨୭ ଜଣ ଭୋଟର ରହିଛନ୍ତି । ତେବେ ଏହି ନିର୍ବାଚନରେ ପୂର୍ବତନ ସରପଞ୍ଚ ବଜି କବାସି ସରପଞ୍ଚ ପ୍ରାର୍ଥୀନୀ ଭାବେ ଏବଂ ପୂର୍ବତନ ସରପଞ୍ଚ ସୁବାସିନୀ ସୋଡି ସମିତି ସଭ୍ୟ ପ୍ରାର୍ଥୀନୀ ଏବଂ ୧୨ ଟି ୱାର୍ଡ ମେମ୍ବର ଆସନ ପାଇଁ ୧୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଗ୍ରାମପଞ୍ଚାୟତର ୧୨ ୱାର୍ଡମେମ୍ବର ପ୍ରାର୍ଥୀ ପ୍ରାର୍ଥୀନୀ, ଜଣେ ସରପଞ୍ଚ ପ୍ରାର୍ଥୀନୀ ଓ ଜଣେ ସମିତି ସଭ୍ୟ ପ୍ରାର୍ଥୀନୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ସରପଞ୍ଚ ପ୍ରାର୍ଥୀନୀ ବଜି କବାସି, ସମିତି ସଭ୍ୟ ପ୍ରାର୍ଥୀନୀ ସୁବାସିନୀ ସୋଡି ସମେତ ୧୨ ୱାଡ଼ ମେମ୍ବର ପ୍ରାର୍ଥୀ ପ୍ରାର୍ଥୀନୀ ମଧ୍ୟରୁ ୧ ନଂ ୱାର୍ଡ ଗୀତା ମଣ୍ଡଳ, ୨ ନଂ ୱାର୍ଡ ହରିହର ସରକାର , ୩ ନଂ ୱାଡ ଗଙ୍ଗା କବାସି , ୪ ନଂ ୱାର୍ଡ ରମ୍ କାର୍ତମି , ୫ ନଂ ୱାଡ ସୁବାଷ ପଡ଼ିଆମି ନିରେ ନିର୍ବାଚିତ ହୋଇଛନ୍ତି । ଏହିକ୍ରମରେ ୬ ନଂ ୱାର୍ଡ ମାନନୀ ମାଡି , ୭ ନଂ ୱାର୍ଡ ଜୟରାମ ଗାଦବା , ୮ ନଂ ୱାର୍ଡ ରାମେ ମାଡକାମି , ୯ ନଂ ୱାର୍ଡ ମନିକା ରାୟ , ୧୦ ନଂ ୱାର୍ଡ କନିକା ହାଲଦାର , ୧୧ ନଂ ୱାର୍ଡ ନିର୍ମଳ ମଣ୍ଡଳ , ୧ ୨ ନଂ ୱାର୍ଡ ପ୍ରଦୀପ ମଣ୍ଡଳ ପ୍ରମୁଖ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି ।