
ମାଲକାନଗିରି, ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳରେ କାର୍ଯ୍ୟରତ ଥିବା ସାମ୍ବାଦିକ ମାନଙ୍କ ପକ୍ଷରୁ ବାଲିମେଳା ୟୁ.ଜି.ଏମ.ଇ ସ୍କୁଲ ସମ୍ମୁଖରେ ନବନିର୍ମିତ ସାମ୍ବାଦିକ କାର୍ଯ୍ୟାଳୟ ଠାରେ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ପରେ ୭୩ତମ ସାଧାରଣତନ୍ତ୍ର ଦିବସ ଚଳିତ ବର୍ଷ ପ୍ରଥମ ଥର କରି ନବନିର୍ମିତ ସାମ୍ବାଦିକ କାର୍ଯ୍ୟାଳୟ ଠାରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଏହି ବୈଠକରେ ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦେବପ୍ରସାଦ ଦାଶ, ଯଦୁପତି ମହାନ୍ତି, ଚନ୍ଦନ ବାରିକ, ରବି ରଶ୍ମି ଗୁରୁ, ଶୁଭାଶିଷ କର, ସୁଧାଂଶୁଶେଖର ମହାନ୍ତି, ମୋନଜ ଦେବ ପାଙ୍ଗି, ଦେବାଶିଷ ପାତ୍ର, ଅରୁଣ ପାତ୍ର, ଇସାକ ଖୋସଲା, ସୁଶାନ୍ତ ମହାରଣା, ପ୍ରଦୀପ କୁମାର ରାଉଳ, ଶିବଦତ୍ତ ସାହୁ, ରାକେଶ କୁମାର କୁଲଦୀପ, ଅଜୟଭତ୍ରା ଓ ସିମା ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।