ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୮୫୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୪୬୬୦ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ କମ ୯୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୦ ହଜାର ୭୬୭ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୫୩୨୦ ରହିଛି ।ଆଜି ଚିହ୍ନଟ ହୋଇଥିବା ୮୫୨୦ ଜଣଙ୍କ ମଧ୍ୟରୁ ୪୯୪୧ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୫୭୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧାରୁ ସବୁଠାରୁ ଅଧିକ ୨୨୬୨ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳରୁ ଜିଲ୍ଲାରୁ ୧୪୨, ବାଲେଶ୍ୱର ଜିଲ୍ଲାରୁ ୩୪୬ ଜଣ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ ଜିଲ୍ଲାରୁ ୧୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରୁ ୧୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ୨୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତିା ବୌଦ୍ଧ ଜିଲ୍ଲାରୁ ୮୬ , କଟକରୁ ୭୮୯ ସଂକ୍ରମିତ ହୋଇଛନ୍ତି । ଦେବଗଡ ଜିଲ୍ଲାରୁ ୭୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାରୁ ୧୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରୁ ୯୦, ଗଂଜାମ ଜିଲ୍ଲାରେ ୮୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୬୫, ଯାଜପୁରରୁ ୨୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାରୁ ୧୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ ୨୨୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତିା କନ୍ଧମାଳ ଜିଲ୍ଲାରୁ ୧୦୦ ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।କେନ୍ଦୁଝରରୁ ୧୨୬ , ଖୋର୍ଦ୍ଧାରୁ ୨୨୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରୁ ୧୫୭ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ୧୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ୧୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୟାଗଡ ଜିଲ୍ଲାରୁ ୨୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୂଆପଡା ଜିଲ୍ଲାରୁ ୧୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୧୮୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାରୁ ୧୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୋନପୁର ଜିଲ୍ଲାରୁ ୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୯୩୨, ଷ୍ଟେଟ୍ ପୁଲରୁ ୪୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Related Stories
November 22, 2024