ଭୁବନେଶ୍ୱର, ପାଂଚ ଛଅ ଦିନ ପୂର୍ବରୁ ପିକ୍ ଅତିକ୍ରମ କରିଗଲା ଭଳି ଲାଗୁଛି । ରାଜ୍ୟରେ ଯେଉଁଭଳି ଦୈନିକ ସଂକ୍ରମଣ କମୁଛି, ସେଥିରୁ ଏହା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର । ଆଗକୁ ଯଦି କିଛି ବଢିବ ମାଇନର ସ୍ପାଇକ ହୋଇପାରେ । ବର୍ତମାନ ଟ୍ରେଣ୍ଡ ନିମ୍ନଗାମୀ ରହିଲା ଏବଂ ଏହା ଏହିଭଳି ଚାଲିବ, ଆଗାମୀ ସପ୍ତାହ ସୁଦ୍ଧା କେସ ଲୋଡ ବହୁତ କମି ଯାଇଥିବ । ଫ୍ରେବୃଆରୀ ପନ୍ଦର ସୁଦ୍ଧା ତୃତୀୟ ଲହର କମି ଆସିଥିବ ଏବଂ ଶେଷ ସୁଦ୍ଧା ଏହା ଶେଷ ହୋଇଯାଇପାରେ ବୋଲି ଡା. ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।
ୟୁ କେ ସରକାର ଓମିକ୍ରନ ବିଏ -୨ କୁ ଭାରିଆଂଟ ଅଫ ଇଂଟରେଷ୍ଟ ଘୋଷଣା କରିଛି । ଡେନମାର୍କରେ ଏହା ଦ୍ରୁତ ଗତିରେ ସଂକ୍ରମଣ ହେଉଛି । ଏହି ସବ- ଭାରିଆଂଟ ଭାରତରେ ମଧ୍ୟ ଦେଖାଦେଇଛି । କୌଣସି ଲୋକକୁ ଯଦି ଓମିକ୍ରନ ବିଏ -୧ ହୋଇଥାଏ ତାକୁ ବିଏ -୨ ମଧ୍ୟ ହୋଇପାରେ । କିଛି ବିଶେଷଜ୍ଞଙ୍କ ମତରେ ବିଏ-୨ଲାଗି ଦ୍ୱିତୀୟ ସ୍ପାଇକ ଆସିପାରେ କିନ୍ତୁ ଭାରତରେ ଏହା ପୂର୍ବରୁ ଅଛି, ତେଣୁ ଦେଶରେ ସେଭଳି କୌଣସି ପ୍ରଭାବ ପଡି ନ ପାରେ । ଏହା ଏତେ ସାଙ୍ଘାତିକ ନୁହେଁ, ମୃତ୍ୟୁ ମଧ୍ୟ ହେଉ ନାହିଁ କେବଳ ପୁଣି ଥରେ ସଂକ୍ରମଣ କରାଇବ ।