
ମାଲକାନଗିରି, ମାଲକାନଗିରି ଜିଲ୍ଲା ଏମଭି- ୭୯ ଥାନା ଅନ୍ତର୍ଗତ ଏମଭି ୧୨୬ ଗ୍ରାମ ନିକଟରେ ଏକ ଜଳନ୍ତା କାର୍ ପଡ଼ିରହିଥିବା ଆଜି ଦେଖିବାକୁ ମିଳିଛି । କାରଟି ନିଆଁରେ ସମ୍ପୂର୍ଣ୍ଣ ଜଳି ଧ୍ଵଂସ ହୋଇଥିବା ବେଳେ କାର୍ ନଂ ଓଡି ୧୦ ଟି ୧୯୨୩ ବୋଲି ଜଣାପଡିଛି । ୩୨୬ ଜାତୀୟ ରାଜପଥ ଠାରୁ ପ୍ରାୟ ୩୦ ମିଟର ଦୂର ଜଙ୍ଗଲିଆ ସ୍ଥାନରେ ଏହି ଜଳନ୍ତା କାର୍ ପଡ଼ିରହିଛି । କେଉଁମାନେ ଏପରି କାଣ୍ଡ ଘଟାଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ଗଞ୍ଜେଇ ଚୋରା ଚାଲାଣକୁ ନେଇ ଏପରି ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାଟି ଦୁଇ ତିନି ଦିନ ତଳର ବୋଲି ଶୁଣିବାକୁ ମିଳୁଛି ।