କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “Association Of Twitter Activists – ATA” ର କାର୍ଯ୍ୟକୁ ଭୂୟୁସୀ ପ୍ରଶଂସା କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ଆଜି ଶଙ୍କରାଚାର୍ଯ୍ୟଙ୍କ ମଠ ପରିସରରେ ଆଟାର କର୍ମକର୍ତ୍ତାଙ୍କ ସହ ସାକ୍ଷାତ କରିଥିଲେ ଓ ଆଟାର କାର୍ଯ୍ୟ ଏବଂ ଆଭିମୁଖ୍ୟ କୁ ପଚାରି ବୁଝିଥିଲେ। ଏହାପରେ ଅନୁଷ୍ଠାନ ର ସଦସ୍ୟଙ୍କ ମୁହଁରୁ ସମାଜ ପରିବର୍ତ୍ତନ ଓ ଲୋକଙ୍କ ସାହାଯ୍ୟ କରିବା ମନବୃତି ଦେଖି ସମସ୍ତ ସଦସ୍ୟଙ୍କୁ ଆଶୀର୍ବାଦ ଦେବା ସହ ପ୍ରଶଂସାରେ ଶତ ମୁଖ୍ ହେଇଥିଲେ। ଏହି ସମୟରେ ଅନୁଷ୍ଠାନ ର ସଦସ୍ୟ ଆଇନ୍ ଜିବୀ ଦେବାଶିଷ ଦାଶ,ବିସ୍ମୟ ମିଶ୍ର, ସତ୍ୟନାରାୟଣ ସାହୁ, କାହ୍ନୁଚରଣ ବଡ଼ପଣ୍ଡା, ନିରାକାର୍ ମହାରଣା, ମାନସ ରଥ, ଦେବେନ୍ଦ୍ର ସୁବୁଦ୍ଧି, ଶୁଭଶ୍ରୀ ବେହେରା ଓ ଦେବରାଜ ଦାସ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।
Related Stories
November 23, 2024