ଭୁବନେଶ୍ୱର, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ôଥପତ୍ର ଦାଖଲର ଆଜି ଶେଷ ଦିନ । ଆଜି ଶେଷ ଦିନରେ ନାମାଙ୍କନ ଦାଖଲର ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି ।ଗତ ସୋମବାର ଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ । ଆସନ୍ତା ଜାନୁଆରୀ ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଶେଷ ଦିନରେ ନାମାଙ୍କନ ଦାଖଲ କେନ୍ଦ୍ର ଗୁଡିକରେ ଭିଡ ନିୟମନ୍ତ୍ରଣ କରିବାକୁ ଗତକାଲି ରାଜ୍ୟ ନିର୍ବାଚନ କମିଶନ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଉଲ୍ଲେଖନୀୟ ଯେ ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ହେବ ପଂଚାୟତ ନିର୍ବାଚନ । ମୋଟ୍ ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୦ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । କୋଭିଡ୍ କଟକଣା ଭିତରେ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୧୭ରୁ ୨୧ ଭିତରେ ନାମାଙ୍କନ ପତ୍ର ଦାଖଲ ଓ୨୨ ତାରିଖରେ ନାମାଙ୍କନ ପତ୍ର ଯାଂଚ କରାଯିବ । ଜାନୁଆରୀ ୨୫ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଫେବ୍ରୁଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟ୍ ଗଣତି ହେବ ।