
ଭଦ୍ରକ – ଓମ୍ ଜ୍ୟୋତି ଚ୍ୟାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ କୁସୁମ ଟିଭି କାର୍ଯ୍ୟାଳୟରେ ‘ମହିଳା ସଶକ୍ତିକରଣ’ ବିଷୟକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚକ ଭାବେ କୁସୁମ ଟିଭିର ଅଧ୍ୟକ୍ଷା କୁସୁମ ମଂଜରୀ ଦାସ, ଟ୍ରଷ୍ଟର ଅଧ୍ୟକ୍ଷ ଅଶୋକ କୁମାର ଜେନା ଯୋଗ ଦେଇ ଆଜିର ସମାଜରେ ନାରୀମାନଙ୍କୁ ପୁରୁଷ ସମାଜ ଅବଳା ଦୁର୍ବଳାର ଆଖ୍ୟା ଦେଇ ନିଜର ବଶ କରି ରଖିବାକୁ ଜୋରଦାର ପ୍ରୟାସ କରୁଛି । ମାତ୍ର ନାରୀ ସମାଜ ସେ ସବୁରୁ ବାହାରକୁ ଆସି ନିଜେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଉଦ୍ୟମ କରୁଛି । ମହିଳାମାନେ ଗୋଷ୍ଠୀ ସହଯୋଗରେ ହେଉ କି ନିଜୟ ବଳରେ ବଳୀୟାନ ହେବା ସହିତ ସରକାରୀ ପ୍ରୋତ୍ସାହନରେ ବିଭିନ୍ନ ଲଘୁ ଉଦ୍ୟୋଗ ମାଧ୍ୟବରେ ସ୍ୱାବଲମ୍ବୀ ହୋଇ ପାରିବେ । ନିଜର ପରିବାର ପ୍ରତିପୋଷଣ ପାଇଁ ପୁରୁଷଙ୍କ ବଳ ଉପରେ ନିର୍ଭର ନ ହୋଇ ରୋଜଗାର ମାଧ୍ୟମରେ ପୁରୁଷଙ୍କ ସହଯୋଗୀ ହୋଇ ପରିବାରର ଆର୍ôଥକ ସ୍ଥିତିକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁହାସିନୀ ହେନା, କାନନଶ୍ରୀ ଜେନା, ଦୋବଶିଷ ଜେନା, ଜ୍ୟୋତି ପ୍ରକାଶ, କ୍ଷିତିଶ ଚନ୍ଦ୍ର ଜେନା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଏହି ଆଲୋଚନା କର୍ମଶାଳାରେ ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ବନ୍ତ ବ୍ଲକର କେତେକ ସ୍ୱତନ୍ତ୍ର ନିମନ୍ତ୍ରିତ ସ୍ୱୟଂସହାୟକ ଗୋଷ୍ଠୀର କର୍ମକର୍ତା ଯୋଗ ଦେଇଥିଲେ । ଶେଷରେ କୁସୁମ ଟିଭିର ନିର୍ଦ୍ଦେଶକ ଦୀପକ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।