
ବଲାଙ୍ଗିର ,ଆଜି ସକାଳେ ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା – ରାଇପୁର ୧୬ ନମ୍ବର ରାଜ୍ଯ ରାଜପଥ ର ଚାନ୍ଦୋତରା ଚାରିଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଇପୁର ପଟୁ ଆସୁଥିବା ମାଲବାହୀ ଟ୍ରକ ସିଜି ୦୪ ଏଲଏକ୍ସ ୨୫୫୧ ଏପଟୁ ସ୍କୁଟି ରେ ଦୁଇ ଜଣ ଥିବା ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଜଣେ ଟ୍ରକ ଆଗ ଆଡେ ଚାପି ହୋଇଥିବା ବେଳେ ଅନ୍ୟ ଜଣେ କିଛି ଦୂର ଛିଟିକି ପଡିଥିବା ଆଗରେ ମରି ପଡିଥିବା ଜଣାପଡିଛି। ମୃତକଙ୍କ ପରିଚୟ ରୁ ସେମାନେ ସିନ୍ଧେକେଲା ଥାନା ଦେଢ଼ଗାଁ ଗାଁର ଯୁବରାଜ ଥପା ଓ କରୁଣାକର ଥପା ବୋଲି ଜଣାପଡିଛି। ଟ୍ରକ୍ ଡ୍ରାଇଭର ଫେରାର ଥିବା ବେଳେ ସିନ୍ଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଥାନାକୁ ଆଣି ଘଟଣା ସଂପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ।