
-
କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାମୀଙ୍କ ଅବମାନନା ନେଇ ଜିଲ୍ଲା ଜଜ୍ କୋର୍ଟରେ ପତ୍ନୀଙ୍କ ଆବେଦନ
ଗଞ୍ଜାମ, ବ୍ରହ୍ମପୁର ବ୍ରହ୍ମାନଗରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ସମ୍ପର୍କରେ ଜଜ୍ କୋର୍ଟ ଦେଇଥିବା ରାୟକୁ ଡାକ୍ତର ସୁମିତ ମାନି ନଥିବା ଏବଂ ପତ୍ନୀ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ଭରଣପୋଷଣ ପାଇଁ ଦେଇନଥିବାରୁ ତପସ୍ୱିନୀ ଆଜି ଜିଲ୍ଲା ଜଜ୍ କୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି । ତୁରନ୍ତ ତାଙ୍କୁ ଏହି ଭରଣପୋଷଣ ବାବଦ ଟଙ୍କା ଦେବା ସହିତ ସୁମିତ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଏହି ଆବେଦନରେ ଦର୍ଶାଇଛନ୍ତି ।