
ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ପଚାଂୟତ ନିର୍ବାଚନ ନେଇ ଆରମ୍ଭରୁ ହିଂସାକାଣ୍ଡ ଘଟିଥିବାରୁ ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣାଚଂଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ ଉଦବେଗ ପ୍ରକାଶ କରିବା ସହ ଉତେଜନା ପ୍ରବଣ ଅଂଚଳ ଗୁଡିକୁ ଚିହ୍ନଟ କରିବା ପାଇଁ ଗଞ୍ଜାମ ଏସପି ଓ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ବାହାରୁ ସଶସ୍ତ୍ର ପୋଲିସ ବାହିନୀ ମଗାଯିବ ବୋଲି ସେ ସୂଚନା ଦେଇଛନ୍ତି । ଚିକିଟି, ପାତ୍ରପୁର, ଧରାକୋଟ ଏବଂ ହିଞ୍ଜିଳି ଅଂଚଳରେ ପଚାଂୟତ ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୟନ ବେଳେ ଘଟିଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଏହା ସେ କହିଛନ୍ତି ।