
ମାଲକାନଗିରି, ଆଜି ୧୫ ଗୋଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଲଢିବା ପାଇଁ ମାଲକାନଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡିର ୧୫ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।
ସେମାନେ ହେଲେ କାଲିମେଳା ଜୋନ୍ ନଂ ୧ ରୁ ଅପର୍ଣ୍ଣା ମଣ୍ଡଳ, କାଲିମେଳା ଜୋନ୍ ନଂ ୨ରୁ ମମତା ପଡିଆମୀ, କାଲିମେଳା ଜୋନ୍ ନଂ ୩ ରୁ ପତିତପାବନ ବୈଦ୍ୟ, ପଡିଆ ଜୋନ୍ ରୁ ସୁରଭି ଭୌମିକ, ମାଲକାନଗିରି ଜୋନ୍ ନଂ ୧ ରୁ କୁନି ଭୂମିଆ, ମାଲକାନଗିରି ଜୋନ୍ ନଂ ୨ ରୁ ମୁକା ମାଡକାମୀ, ମାଲକାନଗିରି ଜୋନ୍ ନଂ ୩ ରୁ ହିମାଂଶୁ ସାମଲ, କୋରୁକୋଣ୍ଡା ଜୋନ୍ ନଂ ୧ ରୁ ବିଜୟଲକ୍ଷ୍ମୀ ପଡିଆମୀ, କୋରୁକୋଣ୍ଡା ଜୋନ୍ ନଂ ୨ ରୁ ରିନା ମାଢି, ମାଥିଲି ଜୋନ୍ ନଂ ୧ରୁ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ, ମାଥିଲି ଜୋନ୍ ନଂ ୨ରୁ ହିରଣ୍ୟ ମୁଦୁଲି, ମାଥିଲି ଜୋନ୍ ନଂ ୩ରୁ ସସ୍ମିତା ମାଝି, ଖଇରପୁଟ ଜୋନରୁ ବଳୀ ମାଝି, ଚିତ୍ରକୋଣ୍ଡା ଜୋନ୍ ନଂ ୧ରୁ ଭେଙ୍କେଟେଶ୍ବର ପାପୁଲୁ, ଚିତ୍ରକୋଣ୍ଡା ଜୋନ୍ ନଂ ୨ରୁ ଶ୍ରୀମତୀ ସମାରୀ ଟାଙ୍ଗୁଲୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
ଏହି ସମୟରେ ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥି ବେହେରା, ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠି, ବରିଷ୍ଠ ବିଜେଡି ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ, ରାଜେନ୍ଦ୍ର ପଣ୍ଡା, ବିଜେଡି ସଂପାଦକ ଗୋପାଳକୃଷ୍ଣ ପଣ୍ଡା, ପ୍ରଭାକର ପ୍ରଧାନ ଏବଂ ବହୁ ବରିଷ୍ଠ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ ।