ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ଜୋନ୍ ନଂ ୨ ପାଇଁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କୋୟା ଆଦିବାସୀ ଯୁବତୀ ରିନା କବାସୀ । କାଲିମେଳା ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁମ୍ବାଗୁଡା ଗାଁର ଆଦିବାସୀ ଝିଅ ରିନାଙ୍କ ବାପା ମାଆ ଚାଷବାସ କରି ଝିଅକୁ ଗାଁ ଓ ଆଦିବାସୀ ସେବାଶ୍ରମରେ ପାଠ ପଢାଇଥିଲେ । ଦଶମ ପାସ୍ କରିବା ପରେ ସେ ପାଉଥିବା ଷ୍ଟାଇପେଣ୍ଡ ପଇସାରେ ବହୁ କଷ୍ଟ କରି ରିନା କୋରାପୁଟ ଜିଲ୍ଲାର ଏକ ଘରୋଇ ଅନୁଷ୍ଠାନରେ ୨୦୧୬ ଠାରୁ ୨୦୨୦ ପର୍ଯ୍ୟନ୍ତ ସିଭିଲ ଇଂଜିନିୟରିଂ ଡିପ୍ଲୋମା ପାଠପଢି ଥିଲେ । ଡିପ୍ଲୋମା ସରିବା ପରେ ୨୦୨୧ରେ ସେ ରେଲୱେରେ ଚାକିରି ମଧ୍ୟ ପାଇଥିଲେ । ତେବେ ଗାଁ ଲୋକଙ୍କ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ସେ ମୋଦି ସରକାରଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇ ରାଜନୀତିରେ ଯୋଗ ଦେଇଥିବା କହିଛନ୍ତି ।