ମାଲକାନଗିରି, ମାଲକାନଗିରି ବ୍ଲକ୍ ଜୋନ୍ ୩ ଜିଲ୍ଲା ପରିଷଦ ଆସନଟି ଅଣ ସଂରକ୍ଷିତ ହୋଇଥିଲା ବେଳେ ଏହି ଆସନରୁ ହିମାଂଶୁ ସାମଲଙ୍କୁ ଟିକେଟ ଦେବା ପାଇଁ ବିଜେଡି ଦଳ ସ୍ଥିର କରିଛି । ଏହି ଆସନରୁ ବିଜେଡି ଟିକେଟ୍ ପାଇବା ପାଇଁ ବିଦେଶୀ ପ୍ରହରାଜ, ଡନେଲ ପଟଲା, ବାଲେୟନ୍ତୀ ଗୋପାଲ, ସହଦେବ ମୁଦୁଲି, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଦହନା ଟାଙ୍ଗୁଲୁ ମୁଖ୍ୟତଃ ଆଶାୟୀ ଥିଲେ । ମାଲକାନଗିରି ଜୋନ୍ ୩ ଅଧୀନରେ ପାଣ୍ଡ୍ରିପାଣି, ମାର୍କାପଲ୍ଲୀ, ବୀରଲକ୍ଷ୍ମଣପୁର, ପେଦାୱାଡା, ଗଙ୍ଗଲା, ଶେରପାଲ୍ଲୀ ଆଦି ୬ ଗୋଟି ପଞ୍ଚାୟତ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ହିମାଂଶୁ ସାମଲ ୧୯୯୦ ମସିହାରୁ ଜନତା ଦଳର ସକ୍ରିୟ କର୍ମୀ ଭାବରେ କାର୍ଯ୍ୟ କରି ଆସୁଥିବା ବେଳେ ସେ ଜନତା ଦଳର ଜିଲ୍ଲା ସମ୍ପାଦକ ରହିଥିଲେ ।୧୯୯୭ ମସିହାରେ ନୂତନ ଭାବେ ବିଜେଡି ଗଠନ ହେବା ପରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ହିମାଂଶୁ ସାମଲ ସୁଚାରୁ ରୂପେ ନିଜ ଦାୟତ୍ବ ନିର୍ବାହ କରିଥିଲେ । ଶ୍ରୀ ସାମଲ ୨୦୦୦ ମସିହାରୁ ୨୦୦୬ ପର୍ଯ୍ୟନ୍ତ ପୁନଶ୍ଚ ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଥିଲେ । ବର୍ତ୍ତମାନ ବିଜେଡି ତାଙ୍କ ଉପରେ ଭରସା କରି ମାଲକାନଗିରି ଜୋନ-୩ ଜିଲ୍ଲା ପରିଷଦ ଆସନରୁ ଟିକେଟ ପ୍ରଦାନ କରି ନିର୍ବାଚନ ଲଢିବା ପାଇଁ ଆଶା ପୋଷଣ କରିଛି ।
ପ୍ରକାଶ ଥାଉକି, ଏହି ଆସନରୁ ବିଜେଡି ପ୍ରାର୍ଥିମାନେ ୩ ଥର ବିଜୟ ଲାଭ କରିଛନ୍ତି । ଜିଲ୍ଲା ପରିଷଦ ସଦସ୍ୟ ଭାବରେ ବିଜେଡିରୁ ଟିକେଟ ପାଇ ଶିବ ଖେମୁଡୁ ୨୦୦୨ରୁ ୨୦୦୭, ପ୍ରଶାନ୍ତିଲତା ବିଷୋୟୀ ୨୦୧୨ରୁ ୨୦୧୭, ଦହନା ତାଙ୍ଗୁଲୁ ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦାୟୀତ୍ବରେ ରହିଛନ୍ତି । ସେ ଜଣେ ବିଜେଡିର ସୁସଂଗଠକ ଭାବେ ଏ ଅଞ୍ଚଳରେ ଜଣାଶୁଣା ।