ଭୁବନେଶ୍ୱର , ବିବାଦୀୟ ବୁଲ୍ଲି ବାଈ ଆପ୍ ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଓଡ଼ିଶାରୁ ଜଣକୁ ଗିରଫ କରାଯାଇଥିବା ନେଇ ଏଏନଆଇ ସୂତ୍ରରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତର ନାଁ ନୀରଜ ସିଂହ ବୋଲି ଜଣାପଡିଛି । ଏହି ମାମଲାରେ ବର୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇସାରିଲେଣି ।
ପୂର୍ବରୁ ପୁଲିସ ବିଶାଶ ଝା, ଶ୍ୱେତା ସିଂହ, ମୟଙ୍କ ରାୱତ ଏବଂ ନୀରଜ ବିଷ୍ଣୋଇଙ୍କୁ ଏହି ଲିଙ୍କରେ ଗିରଫ କରିଥିଲା । ଏହି ଆପ୍ ଜରିଆରେ କିଛି ମୁସ୍ଲିମ୍ ମହିଳାଙ୍କ ଫଟୋ ଅପ୍ଲୋଡ୍ କରି ସେମାନଙ୍କ ନିଲାମ ଡକାଯାଉଥିଲା । କେବଳ ସେତିକି ନୁହେଁ ସେମାନଙ୍କ ଫଠୋରେ ଅଶ୍ଳୀଳ କମେଂଟ ମଧ୍ୟ କରାଯାଉଥିଲା । ବିବାଦ ପରେ ଉକ୍ତ ଆପ୍ କୁ ବ୍ୟାନ୍ କରାଯାଇଛି ।