ଭୁବନେଶ୍ୱର,ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଯେତେ ଶୀଘ୍ର ସମ୍ଭବ ଟିକାକରଣ ଶେଷ କରାଯିବ । ଏଠାରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ସେ ଏହା କହିଛନ୍ତି ।
ସେ ଅନ୍ୟ ଏକ ପ୍ରଶ୍ନର ଉତରରେ କହିଛନ୍ତି ଯେ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ପରିଗଣିତ କରାଯାଉଛି । ଯେଉଁମାନଙ୍କର ଦ୍ୱିତୀୟ ଡୋଜ ନେବାର ୯ମାସ ହୋଇଯାଇଥିବ ସେମାନେ ପ୍ରିକସନ ଡୋଜ ନେଇ ପାରିବେ । ଆବଶ୍ୟକ ପଡିଲେ ସାମ୍ବାଦିକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥ କରା ଯିବ ବୋଲି ସେ କହିଛନ୍ତି ।
ସେ ଟୀକାକରଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବର୍ତମାନ ସୁଦ୍ଧା ମୋଟ ୫ କୋଟି ୪୯ ଲକ୍ଷ ୮ ହଜାର ୬୧୯ ଡୋଜ ଟିକା ଦିଆଯାଇଛି । ସେଥିରୁ ପ୍ରଥମ ଡୋଜ ୩ କୋଟି ୧୪ ଲକ୍ଷ ୧ ହଜାର ୧୪୧, ଉଭୟ ଡୋଜ ୨ କୋଟି ୩୨ ଲକ୍ଷ ୧୯ ହଜାର ୨୯୭, ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ୧୧ ଲକ୍ଷ ୭୯ ହଜାର ୪୫୨ ଡୋଜ ଟିକା ବା ଲକ୍ଷ୍ୟର ୫୦ ପ୍ରତିଶତ ଏବଂ ୨ ଲକ୍ଷ ୮୮ ହଜାର ୧୮୧ ପ୍ରିକସନ ଡୋଜ ଦିଆଯାଇଛି ।