ଭୁବନେଶ୍ୱର, ରାଜ୍ୟରେ କୋବିଡ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ଅପାତତଃ ଭାବେ ସ୍ଥିର ରହିଛିା ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ ଆସିଛି, କେସ ଡବଲିଙ୍ଗ କମିଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଏବେ ରାଜ୍ୟରେ ମୋଟ ୮୮ ହଜାର ସକ୍ରିୟ ମାମଲା ରହିଛି ହେଲେ ମାତ୍ର ୧୨୩୦ ଲୋକ ହସ୍ପିଟାଲରେ ଅଛନ୍ତି । ଏହା ଆମ ପାଇଁ ଆଶାସ୍ୱନାର ବିଷୟ । ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ପଡି ନାହିଁ । ଆଇସିୟୁରେ ମଧ୍ୟ ରୋଗୀ ନାହାନ୍ତି, ଅକ୍ସିଜେନ ଆବଶ୍ୟକତା ନ ଥିବାରୁ ସାମଗ୍ରିକ ଭାବରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟର ଚାରୋଟି ଜିଲ୍ଲା ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ ଏବଂ ସମ୍ବଲପୁରରେ ସଂକ୍ରମଣ ଅଧିକ ରହିଛି । ସ୍ଥାନୀୟ ପ୍ରଶାସନ, ସ୍ୱାସ୍ଥ୍ୟ ଟିମକୁ ସର୍ଭେଲାନ୍ସ ବଢେଇବାକୁ କୁହାଯାଇଛି ।