
ମାଲକାନଗିରି- ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ନଗରଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସଭାପତି ତଥା ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡ଼କାମିଙ୍କ ସଭାପତିତ୍ବରେ ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିଲା । ଏଥିରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁସାର କାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ତଥା ମାଲକାନଗିରି ଜିଲ୍ଲାର ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା, କୋରାପୁଟ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ମହିଳା ସଭାନେତ୍ରୀ ପଦ୍ମିନୀ ମୁଦୁଲି, ଉପସଭାନେତ୍ରୀ ରାଜବନ୍ତ କୌର, ବିଜେଡି ସମ୍ପାଦକ ପ୍ରିତପଲ ସିଂ, ଯୁବ ସଭାପତି ଅନୁପ ମିସ୍ତ୍ରୀଙ୍କ ସମେତ ଶତାଧିକ ସଂଖ୍ୟାରେ ଦଳୀୟ କର୍ମୀ ଯୋଗଦେଇ ବିଭିନ୍ନ ସମସ୍ୟ। ଉପରେ ଆଲୋଚନା କରିଥିଲେ । ନୂତନ ସଭ୍ୟସଂଗ୍ରହ ଓ ଆଗାମୀ ଦିନରେ ହେବାକୁ ଥିବା ପୌରପରିଷଦ ନିର୍ବାଚନରେ ଦଳୀୟ ପାର୍ଥିଙ୍କ କିପରି ଜିତାପଟ ହେବ ସେନେଇ ଆଲୋଚନା ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ପ୍ରଦୀପ୍ତ