ନୂଆଦିଲ୍ଲୀ, ବୁଧବାର ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପୃଷ୍ଠପୋଷକ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଉତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ , ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂ, ରାଜ୍ୟ ଉପ ସଭାପତି ଦିନଶଙ୍କର ସିଂଙ୍କ ଉପସ୍ଥିତିରେ ଅପର୍ଣ୍ଣା ଯାଦବ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ ।
ଅପର୍ଣା ମୁଲାୟମ ସିଂଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁତ୍ର ପ୍ରତୀକ ଯାଦବଙ୍କ ପତ୍ନୀ । ସେ ଗତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟ୍ ରେ ଲକ୍ଷ୍ନୌ କ୍ୟାଂଟ ବିଧାନସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ନୀତି ଓ ଆଦର୍ଶ ଦ୍ୱାରା ପ୍ରଭାବିତ ହେବା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଅପର୍ଣା କହିଛନ୍ତି ।