-
ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୩, ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଶୀତ ଋତୁରେ ଲଘୁଚାପର ପ୍ରଭାବରେ ପାଗର କୌଣସି ସ୍ଥିରତା ରହୁନାହିଁ । ଶୀତ ଋତୁର ଆରମ୍ଭ ଠାରୁ ହିଁ କିଛି ଦିନ ବ୍ୟବଧାନରେ ଲଘୁଚାପ ସୃଷ୍ଟି ହେଉଥିବା ଯୋଗୁଁ ଲଗାତାର ଭାବରେ ଏବଂ କନ୍ଧମାଳରେ ତାପମାତ୍ରା ବଢିବା କମିବାରେ ଲାଗିଛି । ଫଳରେ ଶୀତର ପ୍ରକୋପ ଲମ୍ବା ହେଉନାହିଁ । ତଥାପି ଲଘୁଚାପ ଯୋଗୁଁ ହଠାତ୍ ତାପମାତ୍ରାରେ ପରିବର୍ତ୍ତନ ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଜିଲ୍ଲା ସଦରମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଆଜି ୧୦.୩ ରହିଛି । ସେହିପରି ଦାରିଙ୍ଗବାଡ଼ିର ତାପମାତ୍ରା ଗତକାଲି ୯ ଡିଗ୍ରୀ ରହିଥିବା ବେଳେ ଆଜି ୮.୫ ଡିଗ୍ରୀ ରହିଛି । ଏହିଭଳି ଭାବରେ ତାପମାତ୍ରାର ଉତଥାନ ଓ ପତନ ଯୋଗୁଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।