
ମାଲକାନଗିରି, ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ କୁଡୁମୁଲୁଗୁମ୍ମା ଠାରେ ଦେୱ।ନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଶୁଭ ଉଦଘାଟନ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟମୂର୍ତ୍ତି ଏସ. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି ।
ଏହି ଉଦଘାଟନୀ ଉତ୍ସବରେ ମାଲକାନଗିରି ଜିଲ୍ଲା ଦୈ।ରାଜଜ୍ ରେଖା ପ୍ରସାଦ, ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିଶ୍ୱ ରଞ୍ଜନ ବେହେରା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁମନ୍ତ କୁମାର ପଟ୍ଟନାୟକ, ଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ, ଅତିରିକ୍ତ ଏସ୍.ପି. ବଳଭଦ୍ର ଦୀପ, ଏସ.ଡି.ପି.ଓ ଅଂଶୁମାନ ଦ୍ୱିବେଦି, ଆଇ.ଆଇ.ସି ଜନ୍ କୁଜୁର, ଆଇ.ଆଇ.ସି ହିମାଂଶୁ ଶେଖର ବାରିକ, କୁଡୁମୁଲୁଗୁମ୍ମା ତହସିଲଦାର ବିଜୟ ମାଣ୍ଡାଙ୍ଗୀ, ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା, ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀ , ଆର.ଡି ବିଭାଗର ଏସଡିଓ,କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ସହ ଅନେକ ଓକିଲ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଦୈ।ରାଜଜ୍ ସୁଶ୍ରୀ ରେଖା କହିଥିଲେ ଯେ, କୁଡୁମୁଲୁଗୁମ୍ମା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅଦାଲତ ସ୍ଥାପିତ ହେବା ଫଳରେ କୁଡୁମୁଲୁଗୁମ୍ମା ଅଞ୍ଚଳର ବହୁତ ଦିନର ସ୍ୱପ୍ନ ସାର୍ଥକ ହୋଇଛି ଓ ଯାହା ଫଳରେ ଶହଶହ ଦୂର୍ଗମ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ବଣ୍ଡା ଓ ଦୀଦାୟୀ ଜନଜାତି ବର୍ଗର ଆଦିମ ଅଧିବାସୀମାନେ ବହୁତ ଉପକୃତ ହୋଇପାରିବେ ଓ ନ୍ୟାୟିକ ବ୍ୟବସ୍ଥା ସେମାନଙ୍କର ଆହୁରି ନିକଟତର ହୋଇପାରିବ । ଆଜିର ଏହି ଉଦଘାଟନୀ ଉତ୍ସବ ସମ୍ପର୍କରେ ପ୍ରଚାରିତ ହେଲା ପରେ ସମଗ୍ର କୁଡୁମୁଲୁଗୁମ୍ମା ଅଞ୍ଚଳରେ ଖୁସିର ବାତାବରଣ ଖେଳିଯାଇଛି ।