
ମାଲକାନଗିରି, ମାଲକାନଗିରି ଜିଲ୍ଲା ଦୌରାଜଜ୍ ରେଖା ପ୍ରସାଦ ଆଜି ଏକ ହତ୍ୟା ଘଟଣାର ଶୁଣାଣି କରି ଆସାମୀଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ଗ୍ରାମର ତତ୍କାଳୀନ ସରପଞ୍ଚ ଶିଙ୍ଘା ମାଡକାମୀ ଗତ ୨୦୧୬ ଡିସେମ୍ବର ମାସ ୧ ତାରିଖ ଦିନ ଏକ ଏତଲା ଦେଇଥିଲେ । ଏତଲା ଅନୁଯାୟୀ ପୂଜାରୀଗୁଡା ଗ୍ରାମର ଜଗା କୁରାମି ଓ ମୃତ ଦେଶା ସୋଡି , ଉଭୟ ସମ୍ପର୍କିୟ କକା ଓ ପୁତୁରା । ୩୦ ତାରିଖରେ ସନ୍ଧ୍ୟା ସମୟରେ କକା ଦେଶା ପୁତୁରାକୁ ତାର ବିବାହ ଘଟଣାକୁ ନେଇ ପରିହାସ କରିଥିଲା । ଏଥିରେ ପୁତୁରା ଜଗା କ୍ଷୁବ୍ଧ ହୋଇ ଏକ ଠେଙ୍ଗାରେ କକାକୁ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲା । ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଶିଙ୍ଗା ମାଡକାମୀ ଏମଭି ୭୯ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବ ଜବତ କରିବା ସହ ୫୧ / ୧୬ରେ ଏକ ମାମଲା ରୁଜୁ କରି ଆସାମୀକୁ କୋର୍ଟଚାଲାଣ କରିଥିଲେ । ଘଟଣାରେ ଆଜି ୨୦ଜଣ ସାକ୍ଷୀଙ୍କ ବୟାନ ନେବା ପରେ ଜିଲ୍ଲା ଦୌରାଜଜ୍ ରେଖା ପ୍ରସାଦ ଆସାମୀ ଜଗାକୁ ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ଶୁଣାଇବା ସହ ୨୦ ହଜାର ଟଙ୍କାର ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି । ଜୋରିମାନା ଅନାଦୟ ହେଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଦେବାକୁ ଆଦେଶ ଦିଆଯାଇଛି । ମାମଲାକୁ ଆଇନଜୀବି ପିପି ମହେନ୍ଦ୍ର କୁମାର ନାଗ ପରିଚାଳନା କରିଥିଲେ ।