
ମାଲକାନଗିରି, ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ବିଏସଏଫ ପକ୍ଷରୁ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଟ୍ ଆମ୍ବୁଲାନ୍ସ ସେବା । ଏହି ସୂଚନା ଦେଇଛନ୍ତି ବିଏସଏଫ ଆଇଜି । ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଜାନୁଆରୀ ୨୬ ରେ ବିଏସଏଫ ପକ୍ଷରୁ ଏହି ବୋଟ୍ ଆମ୍ବୁଲାନ୍ସର ଶୁଭାରମ୍ଭ ହେବ । ଅସୁସ୍ଥଙ୍କୁ ଜଳପଥରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଆଣିବା କରିବାରେ ସହାୟକ ହେବ ଏହି ବୋଟ୍ ଆମ୍ବୁଲାନ୍ସ । ଅନ୍ୟପକ୍ଷରେ ବୋଟ୍ ଆମ୍ବୁଲାନ୍ସ ଦ୍ୱାରା ସମ୍ପୃକ୍ତ ଅଂଚଳର ୨୦ ହଜାର ଗ୍ରାମବାସୀ ଉପକୃତ ହେବେ ବୋଲି ସେ କହିଛନ୍ତି ।