
ତିରୁବନନ୍ତପୁରମ , କେରଳରେ ଗତ ୨୪ ଘଂଟାରେ ୨୨,୯୪୬ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୩୧,୪୫୮ ହୋଇ ଯାଇଛି ।
ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ କରୋନାର ୪,୧୦୮ ନୂଆ ମାମଲା
ହାଇଦ୍ରାବାଦ ,ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ ୪,୧୦୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୦,୧୮୨ ହୋଇଛି ।
ମୁମ୍ବାଇରେ ଗତ ୨୪ ଘଂଟାରେ ୫,୯୫୬ କରୋନାର ନୂଆ ମାମଲା
ମୁମ୍ବାଇ , ମୁମ୍ବାଇରେ ଗତ ୨୪ ଘଂଟାରେ ୫,୯୫୬ ନୂଆ କରୋନାର ମାମଲା ସାମନାକୁ ଆସିଛି । । ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ସକ୍ରିୟ ମାମଲାର ସଂଖ୍ୟା ୫୦,୭୫୭ ରହିଛି ।