
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୬,୪୯,୧୪୩ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୭୦,୫୪,୧୧,୪୨୫ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା
କର୍ଣାଟକରେ ଗତ ୨୪ ଘଂଟାରେ ୨୭,୧୫୬ କରୋନାର ନୂଆ ମାମଲା
ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୨୭,୧୫୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ରାଜ୍ୟରେ ୨,୧୭,୨୯୭ ସକ୍ରିୟ ମାମଲା ରହିଛି ।
ଜାମ୍ମୁ କାଶ୍ମୀରରେ ଗତ ୨୪ ଘଂଟାରେ ୨,୮୨୭ କରୋନାର ନୂଆ ମାମଲା
ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଗତ ୨୪ ଘଂଟାରେ୨,୮୨୭ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୭,୯୨୮ ହୋଇ ଯାଇଛି ।