ଭୁବନେଶ୍ୱର, ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ମଙ୍ଗଳବାର ଦିନ କହିଛନ୍ତି ଯେ ଚଳିତ ଲହରୀରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି । ସେ କହିଛନ୍ତି ଯେ ଜେନେରାଲ ବେଡ଼ ୯ପ୍ରତିଶତ, ଆଇସିୟୁ ବେଡ଼ ୧୫ ପ୍ରତି ଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡ଼୍ରିଆଟିକ ଆଡମିସନ ବହୁତ କମ ରହିଛି । ଏହି ଲହରରେ ହସ୍ପିଟାଲ ଆଡମିସନ ଓ ଅକ୍ସିଜେନ ଆବଶ୍ୟକତା କମ ରହିଥିବା ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ବର୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ ୧୧ହଜାର ଭିତରେ ଦୈନିକ ସଂକ୍ରମଣ ରହୁଛି । ଏହି ଟ୍ରଣ୍ଡ ବିଷୟରେ ଜାଣିବା ପାଇଁ ସର୍ବନିମ୍ନ ୧୦ ରୁ ୧୫ ଦିନ ସମୟ ଦରକାର । ଯେପର୍ଯ୍ୟନ୍ତ ଏ ଟ୍ରେଣ୍ଡ ବିଷୟରେ ନ ଜାଣିଛେ ତାହା ଆଗକୁ ବଢିବ ନା କମିବ କହିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି ।
ସେ ଆହୁରି ସୂଚନା ଦେଇଛନ୍ତି ଯେ ସିଡିସି ୧୫ ଦିନ ପୂର୍ବରୁ କହିଛନ୍ତି ଯେ ହୋମ ଆଇସୋଲେସନକୁ ୫ଦିନ କଲେ କୌଣସି ଅସୁବିଧା ହେବ ନାହିଁ । ହେଲେ ଜଳବାୟୁ, ଲୋକଙ୍କ ବ୍ୟବହାର, ଭିତ୍ତିଭୂମି ଦେଖି ଆମେ ସେସବୁକୁ ଲୋକ ଗ୍ରହଣ କରିନାହାଁନ୍ତି । ଅନ୍ୟଦେଶ ମଧ୍ୟ ଗ୍ରହଣ କରିନାହାଁନ୍ତି । ବୋଧହୁଏ ଆଗକୁ ଗ୍ରହଣ କରାଯାଇପାରେ ବୋଲି ସେ କହିଛନ୍ତି । ବର୍ତ୍ତମାନ ଟାସ୍କଫୋର୍ସ ଯେଉଁ ସାତ ଦିନ ନିୟମ କରିଛନ୍ତି, ତା କୁ ମାନି ଚଳିବା ବୋଲି ସେ କହିଛନ୍ତି ।