ଭୁବନେଶ୍ୱର, ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା । ଭୁବନେଶ୍ୱର ହାଇଟେକ ପ୍ଲାଜାରେ ଲିଫ୍ଟରୁ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ଜଣକ ଉକ୍ତ ଆପାର୍ଟମେଂଟରେ ରହୁଥିଲେ । ଆପାର୍ଟମେଂଟରେ ରହୁଥିବା ସୀମାଂଚଳ ମହାପାତ୍ର ଗତକାଲି ଦ୍ୱିତୀୟ ମହଲାରେ ଥିଲେ । ଏହି ସମୟରେ ସେ ଯିବା ପାଇଁ ଲିଫ୍ଟର ବଟନକୁ ଦବାଇଥିଲେ । ତେବେ ଲିଫ୍ଟ ଉପରେ ଥିଲେ ବି ଏହାର କବାଟ ଖୋଲିଯାଇଥିଲା । ସୀମାଂଚଳ ଜାଣିନପାରି ଭିତରକୁ ପସିଯାଇଥିଲେ । ତେବେ ଲିଫ୍ଟ ନଥିବାରୁ ସେ ତଳକୁ ଖସିପଡିଥିଲେ । ଏହି ସମୟରେ ଉପରୁ ଲିଫ୍ଟ ଆସିବାରୁ ତାଙ୍କର ମୃତ୍ୟୁ ଘଟିଛି । ଲିଫ୍ଟର ସେନସର କାମ କରୁନଥିବାରୁ ଏଭଲି ଅଘଟଣ ଘଟିଥିବା କୁହାଯାଉଛି । ଏଥିପାଇଁ ଆପାର୍ଟମେଂଟ ସୋସାଇଟିକୁ ଦାୟୀ କରିଛନ୍ତି ସୀମାଂଚଳଙ୍କ ପୁଅ । ଖବର ପାଇ ଏୟାରଫିଲ୍ଡ ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।