ଘସିପୁରା, କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆନନ୍ଦପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଏକ ବିଶୁଦ୍ଧ ଓ ଥଣ୍ଡା ପାନୀୟ ଜଳ ଯନ୍ତ୍ରର ଲୋକାର୍ପଣ ହୋଇଯାଇଛି । ଏହି ଜଳ ଯନ୍ତ୍ରକୁ କେନ୍ଦୁଝର ଟ୍ରକ୍ ମାଲିକ ସଂଘର ସଭାପତି ରମାକାନ୍ତ ନାଏକ, ସମ୍ପାଦକ ସୂର୍ଯ୍ୟନାରାୟଣ କର, ଭଗବାନ ସାହୁ, କ୍ଷୀରୋଦ ସାହୁ, କୁଳମଣି ସାହୁ, ପ୍ରତାପ ସାହୁ ଉପସ୍ଥିତ ରହି ଫିତାକାଟି ଉଦଘାଟନ କରିଥିଲେ ।
ଓକିଲ ସଂଘର ସଭାପତି ଦୟାନିଧି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସଚିଦାନନ୍ଦ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁବାଷ ତ୍ରିପାଠୀ, ସଦସ୍ୟ କହ୍ନେଇ ଚରଣ ସାହୁ, ଜୁମର ସିଂହ ମହାନ୍ତି, ତ୍ରିଲୋଚନ ତ୍ରୀପାଠୀ, ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ମିଶ୍ର, ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ମହାପାତ୍ର, ବାଇଧର ସେଠୀ, ଭାଗୀରଥି ଦାଶ, ଆଲୋକ ରାଉତ, ଅଶୋକ ରାଉଳ, ଦୁର୍ଗେଶ ମିଶ୍ର, ରମେଶ ବାରିକ, ଜୟନ୍ତ ରାଜ, ରବୀନ୍ଦ୍ର ସ୍ବାଇଁ, ମହେନ୍ଦ୍ର ରାମ, ଚର୍ତୁଭୁଜ ଯେନା, ସସ୍ମିତା ସ୍ନେହଦର୍ଶୀନୀଙ୍କ ସହିତ ବହୁ ସଂଖ୍ୟାରେ ଓକିଲ ସଂଘର ସଦସ୍ୟ ଉପସ୍ଥିତ ଥିଲେ। କୋର୍ଟ କାର୍ଯ୍ୟରେ ଏବଂ ବଜାର ବ୍ୟାଙ୍କ, ଆହାର କେନ୍ଦ୍ରକୁ ଦୂରଦୂରାନ୍ତରୁ ଆସୁଥିବା ଜନସାଧାରଣ ଏହାଦ୍ବାରା ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।