
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା କ୍ବୁଇନ ବ୍ୟାଟନ ରିଲେ (ମଶାଲ)କୁ ଜିଲ୍ଲାରେ ଭବ୍ୟ ସ୍ବାଗତ କରାଯାଇଛି । ଏହି ମଶାଲକୁ ଡାକ୍ତରଖାନା ଛକ ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାଶ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, କ୍ରୀଡା ଓ ଯୁବ ସେବା ବିଭାଗ ଯୁଗ୍ମ ସଚିବ ଶ୍ରୀ ରଞ୍ଜିତ ପରିଡା, ଶ୍ରୀ ବିଜୟାନନ୍ଦ ନାୟକ, ଶ୍ରୀ ଶୈଳେନ୍ଦ୍ର କୁମାର ଜେନା, ସିଟି ଡିଏସପି ଶ୍ରୀ ଜନାର୍ଦ୍ଦନ ପାଢୀ,ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଆଥଲେଟିକ ସଂଘର ସଂପାଦକ ଶ୍ରୀ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ସ୍ବାଗତ କରିଥିଲେ । ପୋଲିସ ବ୍ୟାଣ୍ତ ପାର୍ଟି, ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍କେଟିଂଦଳ ସହ କ୍ରୀଡାବିତ, ବିଭିନ୍ନ ବର୍ଗର ଖେଳାଳି ଏବଂ କ୍ରୀଡାପ୍ରମୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ବଳଗଣ୍ତି, ମାର୍କେଟ ଛକ, ବିଗବଜାର ନିକଟ, ମର୍ଚ୍ଚିକୋଟ, ସିଂହଦ୍ବାରରେ ମଧ୍ୟ ସ୍ବାଗତ କରିଯାଇଛି । ଏହାପରେ ଏହି ମଶାଲକୁ ବ୍ଲୁଫ୍ଲାଗ ବିଚକୁ ନିଆଯାଇଥିଲା । ଏଠାରେ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ, ଡିଏଫଓ ଶ୍ରୀ ପି. ରାମାସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ପରେ ପରେ ଏହି ମଶାଲ କୋଣାର୍କରେ ପହଞ୍ଚିବା ପରେ ଏହା ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛି । ପୂର୍ବରୁ ଏହି ମଶାଲକୁ ପିପିଲି, ସାକ୍ଷୀଗୋପାଳ ଏବଂ ବାଟମଙ୍ଗଳା ଠାରେ ମଧ୍ୟ ସ୍ବାଗତ କରାଯାଇଥିଲା । ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ପୂର୍ବରୁ ବ୍ରଟିଶ ରାଣୀଙ୍କ ବାର୍ତ୍ତା ବହନ କରିଥିବା ଏହି ମଶାଲକୁ ରାଜ୍ୟଗୋଷ୍ଠୀର ସଦସ୍ୟ ଥିବା ସମସ୍ତ ରାଷ୍ଟ୍ରରେ ପରିଭ୍ରମଣ କରାଯାଇଥାଏ । ଚଳିତବର୍ଷ ବର୍ମିଂହାମ ଠାରେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜିତ ହେବ।