ଭୁବନେଶ୍ୱର , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସିଦ୍ଧ ସମାଜସେବୀ ଶାନ୍ତି ଦେବୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ -ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଜନଜାତିଙ୍କ ସେବା, ଅନାଥ ଶିଶୁ କନ୍ୟା ଓ ଅସହାୟ ମହିଳାଙ୍କୁ ସାହାଯ୍ୟରେ ସେ ନିଜକୁ ସମର୍ପିତ କରିଥିଲେ । ତାଙ୍କର ବିରଳ ସେବାକାର୍ଯ୍ୟ ଓଡ଼ିଆ ଜନମାନସରେ ଏକ ସ୍ମରଣୀୟ ଚିହ୍ନ ହୋଇ ରହିବ ।