ଭୁବନେଶ୍ୱର , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ସମାଜସେବୀ ଶାନ୍ତି ଦେବୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଶାନ୍ତି ଦେବୀ ଜୀ ଗରିବ ଏବଂ ବଂଚିତଙ୍କ ସ୍ୱର ଭାବରେ ସ୍ମରଣୀୟ ହୋଇ ରହିବେ । ସେ ଦୁଃଖ ଏବଂ କଷ୍ଟ ଦୂର କରି ସୁସ୍ଥ ଓ ନ୍ୟାୟଯୁକ୍ତ ସମାଜ ଗଠନ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗ ଖବର ଶୁଣି ଦୁଃଖିତ । ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗ ଓ ଅଗଣିତ ପ୍ରଶଂସକଙ୍କୁ ମୋର ସମବେଦନା ଜଣାଉଛି । ଓଁ ଶାନ୍ତି