
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦୋବନ୍ଧା ଗ୍ରାମ ମୁସଲମାନ ସାହିର ଏସ.କେ.ସିରାଜ ନାମକ ଯୁବକ ୧୭/୧୨/୨୦୧୯ରିଖ ସାନମାନନ୍ତିଆ ଗ୍ରାମର ହିନ୍ଦୁ ଦଳିତ ନାବାଳିକା ଝିଅକୁ ଉଠାଇନେଇ ହାଇଦ୍ରାବାଦ ଠାରେ ରଖି ବିବାହ କରିଥିଲା । କିଛିଦିନ ପରେ ଏସ.କେ.ସିରାଜ ନାବାଳିକା ସ୍ତ୍ରୀକୁ ମାରପିଟ୍ କରିବା ସହ ମୁସଲିମ ଧର୍ମ ଗ୍ରହଣ କରିବାପାଇଁ ବାଧ୍ୟ କରିଥିଲେ । ନାବାଳିକା ସ୍ତ୍ରୀ ମନା କରିବାରୁ ଦେଉଥିଲେ ମାଡ । ମାଡଗାଳି ସହିନପାରି ନାବାଳିକା ସ୍ତ୍ରୀ ଓ ଚାରିମାସର ଝିଅକୁ ଧରି ହାଇଦ୍ରାବାଦରୁ ଲୁଚି ପଳାଇ ଆସି ତାଙ୍କ ବାପାଙ୍କ ଘରେ ପହଞ୍ଚି ବାପାଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ । ଝିଅର ଦୁଃଖ ଭରା କଥାଶୁଣି ଝିଅର ମାଆ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ନାବାଳିକା ଝିଅ ନିଖୋଜ ହେବାପରେ ଝିଅର ଘରଲୋକେ ୧୭/୧୨/୨୦୧୯ ରିଖ ତଉଦକୁଲାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ଝିଅର କିଛି ଖୋଜ୍ ଖବର ନପାଇଥିବା ବେଳେ ଝିଅର ଏଭଳି ଦୁଃଖ ସମୟରେ ପଟ୍ଟାମୁଣ୍ଡାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ।