
ଭୁବନେଶ୍ୱର , ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀ ଦୀର୍ଘବର୍ଷ ଧରି ନିଷ୍ଠାପର ସେବା ଓ ସାଧନାରେ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ଉପାନ୍ତ ଅଂଚଳରେ ଥିବା ଗରିବ ଅନାଥ ଆଦିବାସୀ ଶିଶୁ କନ୍ୟାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ତାଙ୍କ ଅଦମ୍ୟ ଚେଷ୍ଟା ଚିରସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ କହିଛନ୍ତି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତାଃ ଶାନ୍ତି ଦେବୀଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ରାଜ୍ୟ ବିଜେପି ତରଫରୁ ଶ୍ରୀ ମହାନ୍ତି ସମବେଦନା ଜ୍ଞାପନ କରିଛନ୍ତି ।