
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ କୋଭିଡର ତୃତୀୟ ଲହରରେ ମୋଟ୍ ୨୪୫ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ପ୍ରଥମ ଲହରରୁ ତୃତୀୟ ଲହର ସୁଦ୍ଧା ଅଦ୍ୟାବଧି ୮୩ ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାରେ କୋଭିଡ ସଂକ୍ରମଣ ଦିନକୁ ଦିନ ଦୃତ ଗତିରେ ବଢିବାରେ ଲାଗିଛି । ଆଜି କନ୍ଧମାଳ ଜିଲ୍ଲାର ୧୧ଟି ବ୍ଲକରେ ୫୬ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ଫୁଲବାଣୀରେ ୭ ଜଣ ପୁରୁଷ ଏବଂ ୭ ଜଣ ମହିଳା ରହିଛନ୍ତି । ସେହିପରି ବାଲିଗୁଡାରେ ୨ ଜଣ ମହିଳା,ଚକାପାଦରେ ୫ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ସମେତ ମୋଟ ୬ ଜଣ, ଦାରିଙ୍ଗବାଡିରେ ୪ ପୁରୁଷ, ୩ ମହିଳାଙ୍କ ସମେତ ମୋଟ୍ ୭ ଜଣ, ଘୁ.ଉଦୟଗିରିରେ ୨ ପୁରୁଷ, ଜଣେ ମହିଳା ମୋଟ୍ ୩ ଜଣ, କ.ନୁଆଗାଁରେ ଜଣେ ମହିଳା, ଭୁବନେଶ୍ୱର ସମ୍ ହସପିଟାଲରେ ୨ ଜଣ ପୁରୁଷ ଏବଂ ବ୍ରହ୍ମପୁରରେ ଜଣେ ମହିଳା, ଖଜୁରିପଡାରେ ଜଣେ ପୁରୁଷ ଏବଂ ୨ ଜଣ ମହିଳାଙ୍କ ସମେତ ମୋଟ ୩ ଜଣ, କୋଟଗଡରେ ୩ ପୁରୁଷ ଓ ଜଣେ ମହିଳା ମୋଟ ୪ ଜଣ, ରାଇକିଆରେ ୭ ଜଣ ପୁରୁଷ ଏବଂ ୨ ଜଣ ମହିଳାଙ୍କ ସମେତ ମୋଟ ୯ ଜଣ, ଟିକାବାଲିରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ସମେତ ୨ ଜଣ ଏବଂ ତୁମୁଡିବନ୍ଧରେ ୨ ଜଣ ମହିଳା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ମିଶାଇ ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୧୧,୮୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧,୪୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମଣ ଦୃତ ଗତିରେ ବଢୁଥିବାରୁ ଲୋକଙ୍କୁ ଘରୁ ଅନାବଶ୍ୟକ ଭାବରେ ବାହାରିବାକୁ ବାରଣ କରାଯାଇଛି । ଆବଶ୍ୟକ ବେଳେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିୟମିତ ଭାବରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।