ଭୁବନେଶ୍ୱର, କରୋନା ସଂକ୍ରମଣର ଦ୍ୱିଗୁଣିତ ହେବା ସମୟ କମିଛି । ଅଭିବୃଦ୍ଧି ହାର ବି କମିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ବର୍ତମାନ ରାଜ୍ୟରେ ୭୫ ହଜାର ସକ୍ରିୟ ସଂକ୍ରମିତ ଥିବା ବେଳେ ମାତ୍ର ୧୨୦୦ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ହସ୍ପିଟାଲ ଉପରେ କିଛି ଚାପ ନାହିଁ । ଆଜି ସଂକ୍ରମଣ କମ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତମାନ କିଛି ଆକଳନ କରିହେବନାହିଁ । ଟ୍ରେଣ୍ଡ ଆକଳନ ପାଇଁ ଏହି ମାସ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଦ୍ୱିତୀୟ ଲହର ଭଳି ଖୋର୍ଦ୍ଧା ଓ ସୁନ୍ଦରଗଡରେ ସଂକ୍ରମଣ ଅଧିକ ରହୁଛି । ଆରଟି-ପିସିଆର କିଟ୍ ପରି ଓମିସ୍ୟୁର କିଟ୍ ସବୁ ଜିଲ୍ଲାକୁ ବଂଟାଯିବ । ଔଷଧ ନିଗମ ଏ ନେଇ ତଥ୍ୟ ଦେବା ସହ ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ରଖିବା ସହ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ । ଅଯଥା କୌଣସି ଔଷଧ ନଖାଇ ବିଶେଷଜ୍ଞଙ୍କ ପରାମର୍ଷ କ୍ରମେ ଔଷଧ ଖାଆନ୍ତୁ ବୋଲି ସେ କହିଛନ୍ତି ।