– ଆମେରିକାଠୁ ୪-୧ ଗୋଲରେ ପରାସ୍ତ ସତ୍ୱେ ମିଳିଲା ଯୋଗ୍ୟତା
ଭୁବନେଶ୍ୱର – ଟୋକିଓ ଅଲମ୍ପିକ୍ ପାଇଁ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ଭାରତୀୟ ମହିଳା ଟିମ୍ ଆମେରିକାଠୁ ପରାସ୍ତ ହେବା ସତ୍ୱେ ଅଲମ୍ପିକ ପାଇଁ ଟିକେଟ୍ ପାଇଛି । ଶନିବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚରେ ୧୩ ରାଙ୍କରେ ଥିବା ଆମେରିକୀୟ ଟିମ୍ ଭାରତକୁ ୪-୧ରେ ପରାସ୍ତ କରିଥିଲା । ଏହାପରେ ମଧ୍ୟ ସର୍ବାଧିକ ଗୋଲ ଆଧାରରେ ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଓ ମୋଟ ତୃତୀୟ ଥର ପାଇଁ ଅଲମ୍ପିକରେ ଯୋଗ୍ୟତା ଅର୍ଜନ କରିଛି । ଭାରତ ଦଳ ପକ୍ଷରୁ ଅଧିନାୟକ ରାନୀ ରାମପାଲ ଏକମାତ୍ର ଗୋଲ କରିଥିଲେ ।
ଗତକାଲିର ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଆମେରିକାକୁ ୫-୧ରେ ପରାସ୍ତ କରିଥିଲା । ତେବେ ଆଜି ପରାସ୍ତ ହୋଇଥିଲା । କିନ୍ତୁ ଦୁଇଟି ମ୍ୟାଚରେ ଭାରତର ଗୋଲ ସଂଖ୍ୟା ଥିଲା ୬ ଓ ଆମେରିକାର ୫ ରହିଥିଲା । ତେଣୁ ସର୍ବାଧିକ ଗୋଲ ହେତୁ ଭାରତ ୨୦୨୦ରେ ହେବାକୁ ଥିବା ଟୋକିଓ ଅଲମ୍ପିକରେ ଯୋଗ୍ୟତା ଅର୍ଜନ କରିଛି ।
ସେହିପରି ଗତକାଲି ପୁରୁଷ ହକି ଦଳ ମଧ୍ୟ ବିଜୟୀ ହୋଇଥିଲା ।