
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଭୂଲିଆସକୁଆଁ ପଂଚାୟତ ଅନ୍ତର୍ଗତ ଛତା ଗ୍ରାମବାସୀ ଆଜି ବିଡିଓଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଛତା ଗ୍ରାମରେ ୩ ଗୋଟି ପଡାକୁ ୩ ଗୋଟି ୱାର୍ଡ ଯଥା ୧୪, ୧୫, ୧୬ରେ ବିଭକ୍ତ କରାଯାଇଛି । କିନ୍ତୁ ଚଳିତ ବର୍ଷର ନୂଆ ଭୋଟର ତାଲିକାରେ ଭୋଟର ମାନଙ୍କୁ ବିଭିନ୍ନ ୱାର୍ଡରେ ସାମିଲ କରାଯାଇଛି । ଏପରିକି ଗୋଟିଏ ୱାର୍ଡ ତଥା ଘରକୁ ଘର ଲାଗି ରହୁଥିବା ୩ ଭାଇଙ୍କୁ ୩ ଗୋଟି ୱାର୍ଡରେ ସାମିଲ କରାଯାଇଛି ଏପରିକି ସ୍ୱାମୀ ମାନଙ୍କ ଗୋଟିଏ ୱାର୍ଡରେ ରହିଥିବା ବେଳେ ସ୍ତ୍ରୀଙ୍କ ନାମ ଅନ୍ୟ ୱାର୍ଡରେ ରହିଅଛି । ଏପରି ବ୍ୟତିକ୍ରମକୁ ଗ୍ରାମବାସୀ ବିରୋଧ କରି ସଂଶୋଧନ କରିବାକୁ ଦାବି କରିଛନ୍ତି । ଏନେଇ ବିଡିଓ ନାରାୟଣ ସାହୁଙ୍କୁ ସାକ୍ଷାତ କରି ଗ୍ରାମବାସୀ ଦାବିପତ୍ର ପ୍ରଦାନ କରି ତୁରନ୍ତ ସଂଶୋଧନ କରିବାକୁ ଦାବି କରିଥିଲେ । ବିଡ଼ିଓ ତଦନ୍ତ କରି ଏହାର ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।