
ନୂଆପଡ଼ା,ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମର ଜଣେ ଦାଦନ ଶ୍ରମିକ ଆଜିକୁ ୩ମାସ ହେଲା ନିଖୋଜ ଥିବା ଜଣାପଡିଛି। ଦାଦନ ଶ୍ରମିକ ଗୋର୍ଲା ଗ୍ରାମର ବିଡିଓ ମାଝି (୫୧) ବର୍ଷ ବୋଲି ଜଣାପଡି ଥିବା ବେଳେ ତାଙ୍କ ସ୍ତ୍ରୀ ନମତୀ ମାଝି ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ନମତୀଙ୍କ ସ୍ୱାମୀ ବିଡିଓ ମାଝି ଆଜିକୁ ୬ ମାସ ତଲେ ବିଜୟୱାଡ଼ାକୁ କୁଲିମଜୁରି କାମ କରିବାକୁ ଯାଇଛନ୍ତି। ହେଲେ ଗତ ୩ମାସ ହେଲା ଘରକୁ ଯୋଗାଯୋଗ କରୁନାହାନ୍ତି। ଗଲା ଦିନଠାରୁ ୩ମାସ ପର୍ୟ୍ଯନ୍ତ ଫୋନରେ ଯୋଗାଯୋଗ କରି ପରିବାର ସହ କଥାବାର୍ତ୍ତା ହେଉଥିଲେ। ହେଲେ ହଟାତ ଆଜିକୁ ୩ମାସ ହେଲା କୌଣସି ପ୍ରକାରର ଯୋଗାଯୋଗ କରୁନାହାନ୍ତି। ଏନେଇ ନମତୀ ନୂଆପଡ଼ା ଜିଲ୍ଲା ଗୋଣ୍ତ ସମାଜ ସଭାପତି ପ୍ରଶନ୍ନ ମାଝି, ଗୋର୍ଲା ସରପଞ୍ଚ ଦିଲିପ କୁମାର ମାଝିଙ୍କ ସହାୟତାରେ ସିନାପାଲି ଥାନାରେ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଖବର ଶୁଣି ଜିଲ୍ଲା ଦଲିତ ଅଧିକାର ମଞ୍ଚ ସଭାପତି କମଲ ଚରଣ ତାଣ୍ତିଙ୍କ ନେତୃତ୍ବରେ ଦଲିତ ଅଧିକାର ଟିମ ଦାଦନ ଶ୍ରମିକଙ୍କ ଘରେ ପହଞ୍ଚି ନମତୀଙ୍କ ସହ ଆଳୋଚନା କରିଛନ୍ତି। ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇ ଥିବା ସୂଚନା ମିଲିଛି।