ଗଞ୍ଜାମ, ପଚାଂୟତ ନିର୍ବାଚନ ଘୋଷଣା ହେବା ପରେ ପରେ ପ୍ରବାସୀ ଓଡ଼ିଆ ମାନଙ୍କୁ ଡ଼କରା ଗଲାଣି । ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ଓଡ଼ିଆ ସୁରତ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଆଶାୟୀ ପ୍ରାର୍ଥୀ ମାନେ ଏହି ଶ୍ରମିକଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇ କିମ୍ବା ସିଧାସଳଖ ଫୋନ୍ ମାଧ୍ୟମରେ ଘରକୁ ଫେରିବାକୁ ଏବଂ ତାଙ୍କ ସପକ୍ଷରେ ଭୋଟ୍ ଦେବାକୁ ମନାଉଛନ୍ତି । ବିଶେଷ କରି ଶାସକ ଦଳର ସମର୍ଥକ ମାନଙ୍କ ପକ୍ଷରୁ ଏ ଧରଣର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ଏହି ପ୍ରବାସୀ ମାନେ ଘରକୁ ଫେରିବା ପାଇଁ ବାଟଖର୍ଚ୍ଚ ଏବଂ ବିଭିନ୍ନ ଖର୍ଚ୍ଚ ପାଇଁ ସେମାନଙ୍କ ପରିବାର ଲୋକଙ୍କ ମାଧ୍ୟମରେ ନେତାଙ୍କ ଠାରୁ ଖର୍ଚ୍ଚ ନେଉଛନ୍ତି । ଫଳରେ ପ୍ରବାସୀ ଓଡ଼ିଆ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି । ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରବାସୀଙ୍କ ଫେରିବା ସଂଖ୍ୟା ସେତିକି ବଢି ଚାଲିଥିବା ଦେଖିବାକୁ ମିଳିଛି । ଫଳରେ ଦ୍ୱିତୀୟ ଲହର କରୋନା ଭଳି ଗଞ୍ଜାମ ଜିଲ୍ଲାରେ ଏହି ମହାମାରୀ ତୃତୀୟ ଲହରରେ ଭୟଙ୍କର ରୂପ ନେବାର ଆଶା କରାଯାଉଛି ।