-
ବ୍ୟାଙ୍କର ପୂର୍ବତନ କର୍ମଚାରୀ ଗିରଫ
-
୧ କେଜି ୧୮୯ ଗ୍ରାମ୍ ସୁନା ଅଳଙ୍କାର ଜବତ
କୋରାପୁଟ, ଲକ୍ଷ୍ମୀପୁର ଏସବିଆଇ ଶାଖାରୁ ସୁନାଗହଣା ଲୁଟ୍ ଘଟଣାର ପର୍ଦାଫାଶ କରିଛି ପୋଲିସ । ଚୋରି ଅଭିଯୋଗରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଶେଖର କୁଳଦିପିଆଙ୍କୁ ପୋଲିସ ଗିରଫ କରିଛି । ଶେଖରଙ୍କ ବିକ୍ରମପୁର ସ୍ଥିତ ଘରୁ ୧ କେଜି ୧୮୯ ଗ୍ରାମ୍ ସୁନା ଅଳଙ୍କାର ଜବତ ହୋଇଛି । ଏହା ବାଦ୍ ଚୋରି ଯାଇଥିବା ବଳକା ସୁନାଗହଣାକୁ ଜବତ ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଛି ।
ପ୍ରକାଶ ଥାଉକି, ଲକ୍ଷ୍ମୀପୁର ଏସବିଆଇ ଶାଖାରୁ ୧୬ ଶହ ଗ୍ରାମ୍ ଓଜନର ସୁନା ଗହଣା ଚୋରି ହୋଇଥିଲା ।