-
ମାଓ ଅପରେସନର ସଫଳତା ନେଇ ଯବାନଙ୍କୁ ଧନ୍ୟବାଦ ଜଣାଇଲେ
ନୂଆପଡ଼ା, ପୋଲିସ ଡିଜି ସୁନୀଲ ବଂଶଲ ଆଜି ଦିନିକିଆ ନୂଆପଡା ଗସ୍ତରେ ଆସି ଜିଲ୍ଲାର ସାଧାରଣ ଆଇନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବା ବେଳେ ମାଓ ଅପରେସନରେ ସଫଳତା ନେଇ ଯବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅପରେସନରେ ଅନେକ କେଜୁଆଲଟି ଏବଂ ଆହତ ହୋଇଛନ୍ତି । ନୂଆପଡା ଏକ ମାଓ ପ୍ରବଣ ଏବଂ ସୀମନ୍ତ ଜିଲ୍ଲା ହୋଇଥିବାରୁ ଏହାର ସୁରକ୍ଷା ପ୍ରତି ଗୁରୁତ୍ବ ଦେବାକୁ ପରାମର୍ଶ ଦେବାସହ ଆଇନ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି । ଆସନ୍ତା ଦିନରେ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିବା ସୁନୀଲ ବଶଂଲ ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାରେ ସାଧାରଣ ଆଇନ ସାଙ୍ଗକୁ ଅପରାଧ ନିୟନ୍ତ୍ରଣ ଥିବା ପୋଲିସ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି । ସେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵରରୁ ଆସି ନୂଆପଡା ଗୌତମା ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ । ସେଠାରୁ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଠାରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ଡିଜିପିଙ୍କ ଏହି ଗସ୍ତ ସମୟରେ ଆଇଜି ଅପରେସନ ଅମିତାଭ ଠାକୁର, ଡ଼ାଇରେକ୍ଟର ଇଂଟିଲିଯେନ୍ସ ଲଳିତ ଦାଶ୍, ଡିଆଇଜି ଏସଆଇଡବ୍ଲୁ ଅନିରୁଦ୍ଧ ସିଂ, ଏସପି ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ ।