ଭୁବନେଶ୍ୱର, ଲକ୍ଷଣ ନ ଥିଲେ କୋଭିଡ଼୍ ଟେଷ୍ଟିଂ କରାନ୍ତୁ ନାହିଁ । ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂପ ଆବଶ୍ୟକତା କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଏନେଇ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାଗୁଡ଼ିକୁ ଜଣାଇଛି । ବର୍ତମାନ ସୁଦ୍ଧା ୬୧ ହଜାର ପଜିଟିଭ୍ ଥିବା ବେଳେ ମାତ୍ର ୧୧୦୦ ଡାକ୍ତରଖାନାରେ ଅଛନ୍ତି । ୨ ପ୍ରତିଶତରୁ କମ୍ ସଂକ୍ରମିତ ହସପିଟାଲରେ ଅଛନ୍ତି । ଆଇସିୟୁରେ ପ୍ରାୟ ୩୦୦ ଲୋକ ଅଛନ୍ତି । ଗାଇଡଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତି ବି ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ ବୋଲି ସେ କହିଛନ୍ତି ।
ଏହା ସହ ଅନାବଶ୍ୟକ ମେଡିସିନ୍ ବ୍ୟବହାର କରିବାକୁ ମଧ୍ୟ ସତର୍କ କଲେ ନିରଞ୍ଜନ ମିଶ୍ର । ଭାଇରାଲ ଫ୍ଳୁ ପାଇଁ ଆଂଟିିବାଓଟିକ୍ ଆବଶ୍ୟକ ନାହିଁ । ଏଣୁ ଅଯଥା ମେଡିସିନ୍ ବ୍ୟବହାର ଦରକାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହା ଯାଇଛି ।