
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଜିଲ୍ଲାରୁ ୩୦ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୫୪ରେ ପହଞ୍ଚିଛି ।
ନୂଆ ଚିହ୍ନଟ ଏହି ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌରାଞ୍ଚଳରୁ ୧୬ ଜଣ, ବାଲିମେଳା ଏନଏସିରୁ ୬ ଜଣ, ମାଥିଲି ବ୍ଲକରୁ ୧୩ ଜଣ, ମାଲକାନଗିରି ବ୍ଲକରୁ ୫ ଜଣ, କାଲିମେଳା ବ୍ଲକରୁ ୧୦ ଜଣ, ଖଇରପୁଟ ବ୍ଲକରୁ ଜଣେ ଏବଂ ଚିତ୍ରକୋଣ୍ଡା ବ୍ଲକରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ ସଚେତନ ହେଲେ ହିଁ ସଂକ୍ରମଣକୁ ଆୟତ୍ତ କରାଯାଇପାରିବ ବୋଲି କୁହାଯାଇଛି । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଏବଂ ଏଥିସହ ବାରମ୍ବାର ସାନିଟାଇଜର ବ୍ୟବହାର କରିବା ଦ୍ବାରା ଏହାକୁ ରୋକାଯାଇପାରିବ । ପ୍ରଶାସନ ତରଫରୁ ମାସ୍କ ପରିଧାନ ନେଇ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଅମାନିଆଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଜିଲ୍ଲାରେ ୧୩୬ ଜଣ ସଂକ୍ରମିତ ଚିକିତ୍ସାଧିନ ଥିବା ଜଣାପଡ଼ିଛି ।