
ମାଲକାନଗିରି, ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକରେ ବଜରଙ୍ଗ ଦଳ ତରଫରୁ ଭଗବା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବଜରଙ୍ଗ ଦଳର ପଡିଆ ପ୍ରଖଣ୍ଡ ସଂଯୋଜକ ଗଣେଷ ଚନ୍ଦ୍ର ମାଡକାମୀଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହେବା ସହ ବହୁ ଯୁବକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେହିପରି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ଦେବସେନାଙ୍କ ମିଳିତ ଉଦ୍ୟମରେ ପଡିଆ ବ୍ଲକ କୁରୁସୁବେଡା ଠାରେ ଶହେଆଠ ହନୁମାନ ଚାଳିଶାପାଠ ସହ ପ୍ରକୃତି ସୁରକ୍ଷା ନିମନ୍ତେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ରାମକୃଷ୍ଣ ଚୌଧୁରୀ ଦେବସେନାର ସସ୍ମିତା ଭଉଣୀଙ୍କ ସହ ସମାଜସେବୀ ତଥା ହିନ୍ଦୁବାଦୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, କରୁସୁବେଡାର ଏ ଏଚ ପି ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।