
-
ଷ୍ଟାର୍ଟଅପସମାନେ ପ୍ରଧାନମନ୍ତ୍ରୀଙ୍କୁ ଛଅଟି ବିଷୟବସ୍ତୁ ଉପରେ ପରୀକ୍ଷାମୂଳକ ପ୍ରଦର୍ଶନ ଦେବେ
-
ଦେଶରେ ଷ୍ଟାର୍ଟଅପ ବାତାବରଣ ଅଧିକ ଲୋକାଭିମୁଖୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ମତବିନିମୟ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୫, ୨୦୨୨ ଦିନ ୧୦ଟା ୩୦ମିନିଟ୍ରେ ଷ୍ଟାର୍ଟଅପ୍ସ୍ମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମତ ବିନିମୟ କରିବେ । ବିଭିନ୍ନ କ୍ଷେତ୍ର ଯଥା କୃଷି, ସ୍ୱାସ୍ଥ୍ୟ, ଉଦ୍ୟୋଗ ପଦ୍ଧତି, ମହାକାଶ, ଶିଳ୍ପ ୪.୦, ନିରାପତା, ଫିନ୍ଟେକ, ପରିବେଶ ଇତ୍ୟାଦିରେ କାର୍ଯ୍ୟରତ ଷ୍ଟାର୍ଟଅପ୍ ସଂସ୍ଥାମାନେ ଏହି ମତବିନିମୟ କାର୍ଯ୍ୟର ଅଂଶ ବିଶେଷ ହେବେ । ୧୫୦ରୁ ଅଧିକ ଷ୍ଟାର୍ଟଅପ୍ ଛଅଟି କାର୍ଯ୍ୟକାରୀ ଗୋଷ୍ଠୀରେ ବିଭକ୍ତ ହୋଇଥିବାବେଳେ ଏଗୁଡିକର ବିଷୟବସ୍ତୁ ଯଥାକ୍ରମେ ତୃଣମୂଳରୁ ଅଭିବୃଦ୍ଧି, ଡିଏନ୍ଏ ଠାବ, ସ୍ଥାନୀୟରୁ ବୈଶ୍ୱିକ, ପ୍ରଯୁକ୍ତିରୁ ଭବିଷ୍ୟତ, ନିର୍ମାଣରେ ଶୀର୍ଷରେ ଅବସ୍ଥାନ ଏବଂ ନିରନ୍ତର ବିକାଶ ରହିଛି । ମତବିନିମୟ କାଳରେ ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କ ବିଷୟବସ୍ତୁ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ । କାର୍ଯ୍ୟରେ ନବୀନତ୍ୱ ଆଣି କିପରି ଦେଶର ଆବଶ୍ୟକତା ପୂରଣ ଦିଗରେ ସହାୟକ ତାହା ହେବ ଷ୍ଟାର୍ଟଅପ୍ ମାନେ ମତବିନିମୟ କାଳରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ।
ଫେବୃୟାରୀ ୧୦ରୁ ୧୬, ୨୦୨୨ ପର୍ଯ୍ୟନ୍ତ ଆଜାଦୀ କା ଅମ୍ରିତ ମହୋତ୍ସବର ଅଂଶ ବିଶେଷଭାବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଡିପିଆଇଆଇଟି ପକ୍ଷରୁ ‘‘ନବୀନ ବାତାବରଣ ଉତ୍ସବ’ ଆୟୋଜନ କରାଯାଉଛି । ଭାରତରେ ଷ୍ଟାର୍ଟଅପ ପ୍ରବର୍ତନର ଷଷ୍ଠ ବାର୍ଷିକୀ ଅବସରରେ ଏହା ଆୟୋଜିତ ହେଉଛି ।
ଦେଶର ଅଭିବୃଦ୍ଧିରେ ଷ୍ଟାର୍ଟଅପଗୁଡିକ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ଏ ଦିଗରେ ପ୍ରଧାନମନ୍ତ୍ରୀଙ୍କର ଦୃଢବିଶ୍ୱାସ ରହିଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଫ୍ଲାଗସିପ ପଦକ୍ଷେପ ୨୦୧୬ରେ ନିଆଯିବାବେଳେ ଏହା ପ୍ରତିଫଳିତ ହୋଇଥିଲା । ସରକାର ଷ୍ଟାର୍ଟଅପଗୁଡିକର ଅଭିବୃଦ୍ଧି ଓ ବିକାଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଆସୁଛନ୍ତି । ଏହା ଦେଶର ଷ୍ଟାର୍ଟଅପ ବାତାବରଣ ପ୍ରତି ବିଶେଷ ପ୍ରଭାବ ପକାଇବା ସହ ଦେଶର ୟୁନିକର୍ଣ୍ଣ ଅଭିବୃଦ୍ଧି ମଧ୍ୟ ଅଧିକ ହୋଇଛି ।