
ଭୁବନେଶ୍ୱର, ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଛି । ଶନିବାର ଦିନ ରାଜ୍ୟରେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି ।
ଉଲ୍ଲେଖନୀୟ ଯେ ଗତ ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ପ୍ରଥମ ଥର ପାଇଁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ଡିସେମ୍ବର ୨୩ ରେ ୨, ଡିସେମ୍ବର ୨୬ ରେ ୪,ଡିସେମ୍ବର ୨୯ରେ ୧ , ଡିସେମ୍ବର ୩୦ ରେ ୫ ,ଜାନୁଆରୀ ୨ ରେ ୨୩ ଜଣ , ଜାନୁଆରୀ ୫ ରେ ୨୪ , ଜାନୁଆରୀ ୮ରେ ୧୪ ,ଜାନୁଆରୀ ୧୦ ରେ ୨୮ ଓ ଜାନୁଆରୀ ୧୨ ରେ ସର୍ବାଧିକ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।