ପବିତ୍ର ମକର ସଂକ୍ରାନ୍ତି ଓ ବ୍ୟାସକବି ଫକୀରମୋହନ ସେନାପତି ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଶ୍ଵ ଓଡିଶା ସମାଜ ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରତିନିଧି ମଧୁସୂଦନ ମିଶ୍ର ଙ୍କ ଆହ୍ୱାନ କ୍ରମେ ଓଡିଶା ସମାଜ ର ବରିଷ୍ଠ ଉପଦେଷ୍ଟା ବଦ୍ରି ମିଶ୍ର, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ, ସାମ୍ବାଦିକ ସୀମାଚଳ ପାଢ଼ୀ,ଚୁନୁରା ସେବକ ଡକ୍ଟର ଶରତ ମହାନ୍ତି, ସାମ୍ବାଦିକ ଅକ୍ଷୟ ମିଶ୍ର ଯୋଗଦାନ କରିଥିବା ବେଳେ ଶ୍ରୀକ୍ଷେତ୍ର ମାଟିରେ ବିଭିନ୍ନ ସ୍ଥାନରେ ବିଶ୍ବ ଓଡିଶା ସମାଜ ର ପ୍ରତିଷ୍ଠା ଦିବସ ଅବସରରେ ଆଇ ଲଭ ଵିଶ୍ବ ଓଡିଶା ସମାଜର ଫ୍ଳାକାଡନେଇ ଭିନ୍ନ ଏକ ବାର୍ତ୍ତା ପ୍ରଦାନ କରିଥିଲେ। କଳା ଓ ଚାରୁକଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୁର୍ଗାମାଧବ କର, ଡାକ୍ତର ଜଗତଜ୍ୟୋତି ଦାସ, ସାମ୍ବାଦିକ ବିଶ୍ଵନାଥ ମିଶ୍ର, ସମାଜସେବୀ ସୌମ୍ୟରଞ୍ଜନ ପାତ୍ର ଓ ଅକ୍ଷୟ ଜୟସିଂହ, କଣ୍ଠଶିଳ୍ପୀ ରାମକୃଷ୍ଣ ବେହେରା, ମାଧବ ସୁବୁଦ୍ଧି, ଶ୍ରୀକାନ୍ତ ସାହୁ ଙ୍କ ସମେତ ଅନେକ ସେଵାୟତ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ପରେପରେ ରାମଚନ୍ଦ୍ର ବଡ଼ପଣ୍ଡାଙ୍କ ପକ୍ଷରୁ ଓଡ଼ିଶା, ଭାରତବର୍ଷ ର ବିଭିନ୍ନ ରାଜ୍ୟ ଓ ବିଦେଶ ରେ ରହୁଥିବା ପ୍ରତିଟି ଓଡିଆ ଓ ଜଗନ୍ନାଥ ପୁରୀ କୁ ଭଲପାଉଥିବା ସମସ୍ତ ଭାଷାଭାଷୀଙ୍କ ସାମାଜିକ ବିକାଶ ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତୁଳସୀ ଅର୍ପଣ କରାଯାଇଥିଲା।ଦେଶ-ବିଦେଶରେ ରହୁଥିବା ଓଡ଼ିଆଙ୍କ ପାଇଁ ପୁରୀ ଜିଲ୍ଲାର ବିଶ୍ଵ ଓଡିଶା ସମାଜ ସଂକଳ୍ପବଦ୍ଧ ବଦ୍ଧ ବୋଲି ମଧୁସୂଦନ ମିଶ୍ର ପ୍ରକାଶ କରିବାସହ ସମସ୍ତ ଓଡିଆ ଓ ଓଡିଶାର ବିକାଶ ତଥା ଉନ୍ନତି ପାଇଁ ବିଶ୍ବ ଓଡିଶା ସମାଜ ଅଗ୍ରାଧିକାର ପ୍ରଦାନ କରୁଛି। ଶିକ୍ଷା, କ୍ରୀଡା, ଗବେଷଣା ଆଦି ଅନେକ କ୍ଷେତ୍ରେ ଓଡିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହେଉ ବୋଲି ବିଶ୍ବ ଓଡିଶା ସମାଜ ବଦ୍ଧ ପରିବାର ବିଶ୍ବରେ ଥିବା ସମସ୍ତ ଓଡିଆ ଓଡିଶା ର ଉନ୍ନତି ପାଇଁ ସହଯୋଗ ଯୋଗାଇଦିଅନ୍ତୁ ବୋଲି ଆଜିର ପ୍ରତିଷ୍ଠା ଦିବସରେ ଆହ୍ବାନ କରିଥିଲେ |
Related Stories
November 23, 2024